ରାଜଧାନୀରେ ଆଜି ୯ ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ସଂକ୍ରମଣ I ପ୍ରତିଥର ଭଳି ଏଥର ମଧ୍ୟ ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଭାବରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି I ସେହି ଦୃଷ୍ଟିରୁ ଗତକାଲି ରାଜଧାନୀ ରୁ ୪୯୬ ସଂକ୍ରମିତ ଚିହ୍ନଟ ହେବା ସହିତ ୧୦ ଟି ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ରାଜଧାନୀ ରେ ଆଉ ୯ ଟି ଅଂଚଳ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଇଥିବା ବିଏମସି ତରଫରୁ ସୂଚନା ଦିଆଯାଇଛି I ତେଣୁ ଗତ ବୁଧବାର ଓ ଆଜି ଗୁରୁବାର ଦୁଇ ଦିନ ମଧ୍ୟରେ ଭୁବନେଶ୍ବରର ୧୯ଟି ସ୍ଥାନକୁ କଟେନମେଣ୍ଟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଆଜି ସକାଳେ ରାଜଧାନୀର ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ରବିହାରରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ପୁଣି ଆଉ ୫ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୟୁନିଟ୍ -୯ କ୍ବାର୍ଟର ନଂ-୪ ଆରଏଫ-୨୦, ୟୁନିଟ୍-୩ ଗୁରୁଦ୍ବାର ପଛପଟ ପ୍ଲଟ୍ ନଂ-୭, ଗୌତମନଗର ଉତ୍କଳରୟାଲ ରେସିଡେନ୍ସି ପ୍ଲଟ୍ ନଂ-ଏ/୯୪, ଟଙ୍କପାଣି ରୋଡ୍ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟ ପ୍ଲଟ୍ ନଂ-୨୦୯ ଏବଂ ଟଙ୍କପାଣି ରୋଡ୍ ଆପୋଲୋ ଫାର୍ମାସି ନିକଟ ପ୍ଲଟ୍ ନଂ-୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହିସବୁ ସ୍ଥାନରୁ ଏକାଧିକ ପଜିଟିଭ କେସ୍ ବାହରିବା ପରେ ଏଭଳି କଡା ପଦକ୍ଷେପ ନେଇଛି ବିଏମସି ।
ପୂର୍ବରୁ ଦକ୍ଷିଣପୂର୍ବ ଜୋନ୍ ଅଞ୍ଚଳରେ ୫ଟି ଓ ଉତ୍ତର ଜୋନରେ ୫ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ହୋଇଛି। ଦକ୍ଷିଣପୂର୍ବ ଜୋନର ଆଚାର୍ଯ୍ୟବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନମ୍ବର ୧୪୯୯/ଏ, ସତ୍ୟନଗର ପ୍ଲଟ୍ ନମ୍ବର ୧୨୦ବି, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଏଲ୍୩/୬୫, ବାପୁଜୀନଗର ପ୍ଲଟ୍ ନମ୍ବର ୬୦, ଟଙ୍କପାଣି ରୋଡ୍ ବିଷ୍ଣୁନଗର ପ୍ଲଟ୍ ନମ୍ବର ୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।
ଅନ୍ୟପଟେ ରାଜଧାନୀ ର ଉତ୍ତର ଜୋନ କ୍ବାର୍ଟର ନମ୍ବର କ୍ୟୁଆର-୩ଆରଏ, ଇଣ୍ଡିଆନ୍ ଅଏଲ୍ ହାଉସିଂ ସୋସାଇଟି ତୃତୀୟ ମହଲା ଏ-୩୦୪, ପାଣ୍ଡରା ପ୍ଲଟ୍ ନମ୍ବର ୪୦୪୪/୪, ଏକ୍ସଆଇଏମବି ବ୍ଲକ୍-୨ କ୍ବାର୍ଟର ନମ୍ବର ୧୨ ଓ ଶୈଳଶ୍ରୀ ବିହାର ଲେନ୍-୬ ଏଚ୍ଆଇଜି-୫୬କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ସ୍ଥାନଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ । ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସର ମାନେ ଏହି ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରାଯିବ ବୋଲି କହିଛି ବିଏମସି। ସେହି ଭଳି ରାଜ୍ୟ ରୁ ବିଦେଶ ଫେରନ୍ତା ଙ୍କ ଯୋଗୁଁ ଓମିକ୍ରନ୍ ସଂକ୍ରମଣ ମଧ୍ୟ ବଢି ଚାଲିଥିବାବେଳେ ଆଜି ରାଜ୍ୟରୁ ବଲାଙ୍ଗୀର ଜିଲ୍ଲା ରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି I ପ୍ରାଣ ହରାଇଥିବା ମହିଳା ଜଣକ ବଲାଙ୍ଗୀର ଆଗଲପୁର ଅଂଚଳ ର ଏବଂ ତାଙ୍କ ବୟସ ୪୫ ବର୍ଷ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି I

Comments (0)
Add Comment