ମହାରାଷ୍ଟ୍ର: ରାୟଗଡ଼ରେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ପୁଣେର ଆଲନ୍ଦିସ୍ଥିତ ‘ୱିନର୍ସ ଏକାଡେମୀର ୧୧ଥ୍ ଆଣ୍ଡ ୧୨ଥ୍’ର ୪୮ ଜଣ ଛାତ୍ର ଛାତ୍ରୀ ଦିବେଆଗରର ଦିଘି ସାଗରୀ ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ଏହି ଦଳରେ ୨୫ ଜଣ ପୁଅ, ୧୭ ଜଣ ଝିଅ ଏବଂ ୬ ଜଣ ଶିକ୍ଷକ ଥିଲେ। ଛାତ୍ରମାନେ ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ୍ ବଡ଼ ଲହଡ଼ି ଆସିବା ସହ ପାଣିର ସ୍ରୋତ ବଢ଼ିଯାଇଥିଲା। ପାଣିର ସ୍ରୋତରେ ୮ ଜଣ ଛାତ୍ର ଗଭୀର ପାଣିକୁ ଭାସିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଛାତ୍ରମାନେ ପାଣିର ଗଭୀରତା ଓ ଲହଡ଼ିର ତୀବ୍ରତା ଠିକ୍ ଭାବେ ଅନୁମାନ କରିପାରିନଥିଲେ। ଗାଧୋଇବା ସମୟରେ ହଠାତ୍ ସେମାନେ ପାଣିର ସ୍ରୋତରେ ଭାସିଯାଇଥିଲେ। ଏହି ଖବର ପାଇବା ପରେ ସ୍ଥାନୀୟ ଲୋକ, ପୁଲିସ ଏବଂ ପ୍ରଶାସନ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।