ରାଜ୍ୟରେ ୨୪ ଘଣ୍ଟାରେ ୭୭୧ଆକ୍ରାନ୍ତ ଚିହ୍ନଟ :୮ ଜଣ ଙ୍କ ମୃତ୍ୟୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ଙ୍କ ମୃତ୍ୟୁ ହୋଇଛି I ଆକ୍ରାନ୍ତ ୭୭୧ଜଣଙ୍କ ମଧ୍ୟରୁ ଙ୍କ ମଧ୍ୟରୁ ୧୮ ବର୍ଷରୁ କମ ପିଲା ୧୧୭ ଜଣ ଅଛନ୍ତି । ୪୪୮ ଜଣ କ୍ୱାରେଣ୍ଟାଇନ୍‌ରୁ ,ଏବଂ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୯୯୯୧୬୫ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ ହେଉଛି ୭୦୪୨ ।ହ୍ନଟ ହୋଇଥିବାବେଳେ ୩୧୬ଟି ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟ ରେ ରାଜ୍ୟରେ ହୋଇଥିବା ୮ ଜଣ ମୃତକ ଙ୍କୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଛନ୍ତି । ଯାଜପୁର, ମୟୁରଭଞ୍ଜ, ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁ ବି ହ୍ରାସ ପାଇଛି।

Comments (0)
Add Comment