ଭୁବନେଶ୍ୱର: ପାକିସ୍ତାନୀ ଏଜେଣ୍ଟ ସହ ତଥ୍ୟ ଲିକ୍ ଘଟଣାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। SDJM ଭୁବନେଶ୍ୱର କୋର୍ଟ ପ୍ରତ୍ୟେକ ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ଅସାବଧାନତା କିମ୍ବା ଯୋଜନାବଦ୍ଧ ଭାବେ OTP ସେୟାର କରି କିଛି ଗୁପ୍ତ ତଥ୍ୟକୁ ଅନ୍ୟ ହାତକୁ ପହଞ୍ଚାଇଥିଲେ। ପରେ ଏହି ତଥ୍ୟଗୁଡ଼ିକ ଦେଶବିରୋଧୀ ଏଜେଣ୍ଟଙ୍କ ସହ ସଂପୃକ୍ତ ଥିବା ସନ୍ଦେହ ଜୋରଦାର ହୋଇଥିଲା, ଯାହା ମାମଲାକୁ ଆହୁରି ସଙ୍ଗୀନ କରିଦେଇଥିଲା। ଶୁଣାଣି ସମୟରେ କୋର୍ଟ ୫୬ଟି ଦସ୍ତାବିଜ ଓ ୧୧ ଜଣ ସାକ୍ଷୀଙ୍କୁ ଆଧାର କରି ରାୟ ଦେଇଛନ୍ତି। ସମସ୍ତ ପ୍ରମାଣ ଯାଞ୍ଚ ପରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି l