ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆରମ୍ଭ ହେଲା ୭ ଦିନିଆ କାଳୀପୂଜା

ଭୁବନେଶ୍ଵର: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆରମ୍ଭ ହୋଇଛି ୭ ଦିନିଆ କାଳୀପୂଜା। ଘଟ ସ୍ଥାପନ, ଶୁଭାଧିବାସ, ମଙ୍ଗଳ ଆଳତୀ ନୀତି ଶେଷହେବା ପରେ ମା ଭଦ୍ରକାଳୀ ବେଦମାତା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ ଆଦି ବହୁ ବିଶିଷ୍ଟ ବ୍ୟକ୍ତି ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ନୈବେଦ୍ୟ ଅର୍ପଣ କରିଛନ୍ତି। ଏହାବ୍ୟତୀତ ଜିଲ୍ଲାର ଚରମ୍ପାରେ ଥିବା ବହୁ ପ୍ରାଚୀନ ପଥର କାଳୀ, ଚାନ୍ଦବାଲି ଓ ଭଦ୍ରକର ଦକ୍ଷିଣେଶ୍ୱର କାଳୀ, ଆରଡିର ଶ୍ୟାମାକାଳୀ, ମାଳି ଅରୁଆ ଗ୍ରାମର କୁଣ୍ଡି କାଳୀ, ଅପର୍ତ୍ତିବିନ୍ଧା ଗ୍ରାମର ରକ୍ଷା କାଳୀଙ୍କ ପୀଠରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ସେହିପରି ରାଜଘାଟ, ଚରମ୍ପା, ଏରେଇଁ, ବିଶାଣିଖରିଦା, ଡଗରସାହି, ରେଳବାଇ ଲୋକସେଡ୍‌ ଟ୍ରାଫିକ ଛକ ସମେତ ୪ଟି ପୌରାଞ୍ଚଳ ଓ ୭ଟି ବ୍ଲକରେ ୬୦ରୁ ଉର୍ଦ୍ଧ୍ୱ କାଳୀ ମେଢ ପ୍ରତିଷ୍ଠା କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର କାଳୀ ପୂଜା ୭ ଦିନ ପରିବର୍ତ୍ତେ ୯ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

7-day Kali Puja begins at the shrine of Goddess Maa Bhadrakali