ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟା

ଫ୍ୟାଶନ ଶୋରେ ଢୋକରା, ଟେରାକୋଟା ଏବଂ ଜନଜାତି ଅଳଙ୍କାରର ପ୍ରଦର୍ଶନ

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସଂଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ, ହସ୍ତଶିଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଏବଂ ଶ୍ରୀଯୁକ୍ତ ରାଜେଶ କୁମାର ଝା, ନିର୍ଦ୍ଦେଶକ, ନିଫଫ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ ।

ଆଜି ସନ୍ଧ୍ୟାରେ ଡିଭାଇନ୍‌ ଗ୍ରୁପ ଦ୍ୱାରା ଦଶାବତାର ଉପରେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ଭାବରେ ଆଭୂଷଣ ନାମକ ଏକ ଫ୍ୟାଶନ ଶୋ ହସ୍ତଶିଳ୍ପ ନିର୍ଦେଶାଳୟ, ଓଡ଼ିଶା ସରକାର ଏବଂ ନିଫଫ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଥିଲା । ଏହି ଫ୍ୟାଶନ ଶୋ ଟି ବିକାଶ, ଆୟୁକ୍ତ(ହସ୍ତଶିଳ୍ପ), ଭାରତ ସରକାରଙ୍କ ଅଧୀନରେ ଥିବା ‘ବିସ୍ତୃତ ହସ୍ତଶିଳ୍ପ ପୁଞ୍ଜି ବିକାଶ ଯୋଜନା’ରେ ଅନ୍ତର୍ଭୁକ୍ତ, ଯାହାକୁ ହସ୍ତଶିଳ୍ପ ନିର୍ଦେଶାଳୟ, ଓଡ଼ିଶା ସରକାର କାର୍ଯକାରୀ କରୁଛନ୍ତି । ଏହି ଫ୍ୟାଶନ ଶୋ ରେ ଢୋକରା, ଟେରାକୋଟା ଏବଂ ଜନଜାତି ଅଳଙ୍କାରର ର ମଣୀୟତାକୁ ପ୍ରଦ ଶର୍ନ କରାଯାଇଥିଲ । ।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସଂଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ପାରମ୍ପରିକ ତଥା ଅନ୍ତର୍ଦେଶୀୟ ସୁସ୍ୱାଦୁ ଖାଇବାର ଭରପୂର ମଜା ଉଠାଉଛନ୍ତି । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ପର୍ଯ୍ୟନ୍ତ ଚାଲିବ ।