ଭାରତୀୟ ପୁରୁଷ ହକି ଟିମ୍‌ ସେମିଫାଇନାଲ ରୁ ବିଦାୟ , ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ

ଟୋକିଓ ଅଲିମ୍ପିକ୍ସରେ ଫାଇନାଲ୍‌ ପହଞ୍ଚି ପାରିଲା ନାହିଁ ଭାରତୀୟ ପୁରୁଷ ହକି ଟିମ୍। ଆଜି ସକାଳ ୭ଟା ରେ ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ୍‌ ଠାରୁ ହାରି ଯାଇଛି। ଭାରତକୁ ୫-୨ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ବେଲ୍‌ଜିୟମ।

ଏହାପରେ ଭାରତୀୟ ଟିମ୍ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଅନ୍ୟ ସେମି ଫାଇନାଲ୍ ମ୍ୟାଚ୍‌ଟି ହେବାକୁ ଥିବା ବେଳେ ସେଥିରୁ ଯେଉଁ ଟିମ୍ ହାରିବ, ତା’ସହିତ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ ଭାରତୀୟ ଦଳ। ଅଗଷ୍ଟ ୫ ତାରିଖରେ ଏହି ମ୍ୟାଚ୍ ଖେଳାଯିବ।

Comments (0)
Add Comment