ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ୬ ମୃତ,୩୦ ଆହତ

ହସ ଖୁସିରେ ଘରୁ ବାହାରି ଯାଇଥିଲେ ବରଯାତ୍ରୀ ହୋଇ I କିନ୍ତୁ କିଛି ସମୟପରେ କାନ୍ଦ ବୋବାଳି ରେ ଫାଟି ପଡିଲା ଗାଁ ଦାଣ୍ଡ I ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ Iକନ୍ଧମାଳର କୋଟଗଡ଼ର କୁଟିବାଲି ନିକଟରେ ଏକ ବରଯାତ୍ରୀ ଗାଡି (୪୦୭) ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭ୍ୟାନଟି କୋଟଗଡ଼ରୁ ଟିଆମାହା ଯିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା ଇ ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତ୍ତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଉତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି I ଦୁର୍ଘଟଣାସ୍ଥଳରେ କୋଟଗଡ଼ ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାଞ୍ଚ କରିଥିଲେ । ସମସ୍ତ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପରିସ୍ଥିତି ସଙ୍କଟଜନକ ରହିଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

Comments (0)
Add Comment