ବିଏମ୍ସି ର ନୂତନ ଆଇଟି ଟାଓ୍ଵାର୍ସ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ୍‌

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଆଜି 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ସତ୍ୟ ନଗର ବିଏମସି ବିଲ୍ଡିଂ, ଏବଂ ଓ’ ହବ ବିଲଡିଂ ପରିଦର୍ଶନ କରିଛନ୍ତି I ଏହା ସହିତ ପ୍ରକଳ୍ପର ଅଗ୍ରଗତି ଓ ଧାର୍ଯ୍ୟ ସମୟରେ ନିର୍ମାଣ ସମାପ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ବହୁଦେଶୀୟ କମ୍ପାନୀଙ୍କ ପାଇଁ ବିଏମସି ନିର୍ମାଣ କରୁଛି ଡେଭଲପମେଣ୍ଟ ସେଣ୍ଟର । ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପରେ ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଶିଳ୍ପ ସଚିବ ହେମନ୍ତ ଶର୍ମା, E&IT ସଚିବ ମନୋଜ ମିଶ୍ର ଥିଲେ ଉପସ୍ଥିତ । BSCLର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିଶନର ବିଜୟ ଅମୃତI କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା ଅକ୍ଟୋବର ୨୦୨୨ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି।