୨୦୨୨ ଏପ୍ରିଲ-ମେ’ରେ ହୋଇପାରେ ୫-ଜି ସ୍ପେକ୍ଟ୍ରମ ନିଲାମ : ସୂଚନା ଦେଲେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଆସନ୍ତା ବର୍ଷ ଏପ୍ରିଲ-ମେ’ରେ ହୋଇପାରେ ୫-ଜି ସ୍ପେକ୍ଟ୍ରମ ନିଲାମ ହେବା ନେଇ କେନ୍ଦ୍ର ଟେଲିକମ, ଆଇଟି ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏଥି ସହିତ ପେଗାସସ୍ ଗୁଇନ୍ଦାଗିରି ନେଇ ଆସିଥିବା ଅଭିଯୋଗକୁ ସେ ସ୍ବୀକାର କରିନାହାନ୍ତି କିମ୍ବା ମନା ମଧ୍ୟ କରିନାହାନ୍ତି । କିନ୍ତୁ ସେ କହିଛନ୍ତି ଏ ନେଇ କିଛି ଲୁଚାଇବାର ନାହିଁ । ସରକାର ଆଇନ ପରିସରରେ କାର୍ଯ୍ୟ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟିକୁ ସରକାର ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ୫ଜି ସ୍ପେକ୍ଟ୍ରମ ନିଲାମ ସଂପର୍କରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଏୟାରୱେଭର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଟ୍ରାଇ ପକ୍ଷରୁ ପରାମର୍ଶ ସଂଗ୍ରହ ଆରମ୍ଭ ହୋଇଛି । ମୂଲ୍ୟ ସଂକ୍ରାନ୍ତ ସୁପାରିସ ଟ୍ରାଇ ନିକଟରୁ ଆସିଲେ ତାହାପରେ ସରକାର ନିଲାମ କାର୍ଯ୍ୟ ଆରମ୍ଭ କରିବେ । ଟ୍ରାଇର ସୁପାରିସ ଫେବ୍ରୁଆରି କିମ୍ବା ମାର୍ଚ୍ଚ ସୁଦ୍ଧା ଆସିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।
ରେଳବାଇ ଘରୋଇକରଣ ସଂପର୍କିତ ଏକ ପ୍ରଶ୍ନରେ ସେ କହିଛନ୍ତି, ସରକାରଙ୍କୁ ପ୍ରଥମେ ଘରୋଇ ନିବେଶକଙ୍କ ମଧ୍ୟୟରେ ଆସ୍ଥା ସୃଷ୍ଟି କରିବାକୁ ହେବ । ଦେଶରେ ନୂଆ ରେଳଲାଇନ୍ ବିଛାଇବା ପାଇଁ ନିର୍ମାଣ, ପରିଚାଳନା ଏବଂ ହସ୍ତାନ୍ତର (ବିଓଟି) ଭିତ୍ତିରେ ଶୀଘ୍ର ଆରମ୍ଭ ହେବା ଉଚିତ । ଏହା ସଫଳ ହେଲେ ଦେଶରେ ବହୁ ଅଧିକ କିଲୋମିଟରର ରେଳଲାଇନ୍ ନିର୍ମାଣ ହୋଇପାରିବ ବୋଲି ସେ କହିଛନ୍ତି ।

Comments (0)
Add Comment