ଖାଲି ପଡିଛି ୫୫୯ ସରକାରୀ ପଦବୀ !

ପୂଜାରୀଙ୍କୁ ଟେଟେଙ୍କ ପ୍ରଶ୍ନବାଣ ! ଖାଲି ପଡିଛି ୫୫୯ ସରକାରୀ ପଦବୀ ! କାହିଁକି ଦିଆଯାଉନି ନିଯୁକ୍ତି ?ସରଗରମ ହେଉଛି ରାଜ୍ୟ ରାଜନୀତି । ଆଟାକିଙ୍ଗ ମୁଡରେ ବିରୋଧୀ ଦଳର ନେତା । ପୂଜାରୀଙ୍କୁ ଟେଟେଙ୍କ ତେରେଚ୍ଛା ବାଣ । ରାଜ୍ୟରେ କାର୍ଯ୍ୟ କରୁଛନ୍ତି ମୋଟ ୩ ଲକ୍ଷ ୯୮ ହଜାର ୫୭୭ ଜଣ ସରକାରୀ କର୍ମଚାରୀ । ଏହାସତ୍ତ୍ୱେ ମଧ୍ୟ ଲକ୍ଷାଧିକ ସରକାରୀ ପଦବୀ ଖାଲି ରହିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବିଧାନସଭାରେ ବିଧାୟିକା କୁସୁମ ଟେଟେ ରାଜ୍ୟରେ କେତେ ସଂଖ୍ୟକ ସରକାରୀ କର୍ମଚାରୀ କାମ କରୁଛନ୍ତି, କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲି ପଡିଥିବା ପଦବୀ ସଂଖ୍ୟା କେତେ ସେନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା, ଖାଲି ପଡିଥିବା ପଦବୀ ଓ ମଞ୍ଜୁରୀପ୍ରାପ୍ତ ପଦବୀର ତଥ୍ୟ ଏଇଆରଆର ଜରିଆରେ ଏଚଆରଏମଏସ ଦ୍ୱାରା ଅର୍ଥ ବିଭାଗ ସଂଗ୍ରହ କରିଥାଏ । ଡିସେମ୍ବର ୨୦୨୧ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ସର୍ବମୋଟ ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ଏହାସତ୍ତ୍ୱେ ମଧ୍ୟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡିଛି ।

ତେବେ ଠିକା ଭିତ୍ତିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଏଇଆରଆରରେ ସ୍ଥାନ ପାଏ ନାହିଁ । ସେ ସବୁର ତଥ୍ୟ ବିଭାଗୱାରୀ ଉପଲବ୍ଧ ରହିଥାଏ । ଏବେ ଅର୍ଥ ବିଭାଗରେ ୭୨ ଜଣ ଠିକା ଭିତ୍ତିକ କର୍ମଚାରୀ ଓ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ କରୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।