ଭୁବନେଶ୍ୱର ସବ୍‌-କଲେକ୍ଟର ଅଫିସ୍‌ ଓ ତହସିଲ ଅଫିସ ରେ ୫ କରୋନା ଆକ୍ରାନ୍ତ ଚିହ୍ନଟ ,୫ ଦିନ ପାଇଁ ବନ୍ଦ

ଭୁବନେଶ୍ୱର ସବ୍‌-କଲେକ୍ଟର ଅଫିସ୍‌ ଓ ତହସିଲ ଅଫିସ୍‌କୁ ୫ ଦିନ ପାଇଁ ବନ୍ଦ କରିଛି ବିଏମସି । ଜଣାଯାଇଛି ଯେ ସବ୍‌-କଲେକ୍ଟରଙ୍କ ଅଫିସ୍‌ରୁ ତିନି ଜଣ ଓ ତହସିଲ ଅଫିସ୍‌ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ତେଣୁ ଆଜିଠୁ ୨୧ ତାରିଖ ଯାଏଁ ଉଭୟ ଅଫିସ୍ ବନ୍ଦ ରହିବ ବୋଲି ସବ୍‌-କଲେକ୍ଟର ଜଣାଇଛନ୍ତି। ଏହି ଦୁଇ ଅଫିସ ରେ ଗହଳି କାରଣ ରୁ ଯେଉଁ ଭଳି ଆନ୍ୟମାନେ ସଂକ୍ରମିତ ନ ହୁଅନ୍ତୁ , ତେଣୁ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦୁଇ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସବ୍‌-କଲେକ୍ଟର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

Comments (0)
Add Comment