5ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ

ମୟୂରଭଂଜ ଜିଲ୍ଲା ଦୁଇ ଦିନିଆ ଗସ୍ତରେ 5 ଟି ସଚିବ। ସେହି ଅବସରରେ ଆଜି ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପଡିଆବେଡା ଗ୍ରାମ ପଞ୍ଚାୟତର କଳାଶିରା ଗ୍ରାମରେ ୧୧ଟା୨୫ରେ ପହଁଞ୍ଚି ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ଯାଇ, ତାହର ସୈନ୍ଦର୍ଯ୍ୟକରଣର ଉନ୍ନତ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରି ୧୨ଟା୫ରେ ଖିଚିଙ୍ଗ ଅଭିମୁଖେ ଯାତ୍ରା କଲେ ।

ଐତିହାସିକ ପୀଠ ଖିଚିଂ ଗସ୍ତରେ ଆସି ମା କିଚକେଶ୍ୱରି ଏବଂ ମହାଦେବ ଚନ୍ଦ୍ରଶେଖରଙ୍କ ଦର୍ଶନ କରିବା ସହିତ ମନ୍ଦୀର ବେଢାରେ ଥିବା ସର୍ବପୁରାତନ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିଛନ୍ତି। ଖିଚିଂ ମନ୍ଦୀରର ସେବାୟତ ମାନଙ୍କ ସହିତ ମନ୍ଦୀରର ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ଆଲଚନା କରିଛନ୍ତି। ମନ୍ଦୀର ଏବଂ ପାରିପାର୍ଶିକ ଉନ୍ନତି ଦିଗରେ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ବ୍ୟୟ ବରାଦ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

5 ଟି ସଚିବଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖିଚିଂ ଉନ୍ନୟନ ନେଇକୁ ନେଇ ବେସ ଖୁସୀ ଦେଖିବାକୁ ମିଳିଛି।