ନୂଆଦିଲ୍ଲୀ: ତଟରକ୍ଷା ବାହିନୀ ଏବଂ ଗୁଜରାଟ ଏଟିଏସ ଏକ ଇରାନୀ ବୋଟରେ ୩,୦୦୦ କୋଟି ମୂଲ୍ୟର ଡ୍ରଗ୍ସ ସହିତ ପାଞ୍ଚ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛନ୍ତି। ଏହି ପାଞ୍ଚ ଜଣ ଅଭିଯୁକ୍ତ ସମୁଦ୍ର ପଥରେ ମୁମ୍ବାଇକୁ ୫୨୬ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଏବଂ ହେରୋଇନ୍ ପରିବହନ କରୁଥିଲେ। ସୁରକ୍ଷା ବାହିନୀ ସେପ୍ଟେମ୍ବର ୨୫ ତାରିଖରେ ଲକ୍ଷଦ୍ୱୀପ ନିକଟରେ ଏହି ଅଭିଯାନ ଚଳାଇଥିଲେ। ସୂଚନା ଥାଉ ଯେ, ଏପ୍ରିଲ ୨୦୨୫ ରେ ଏଟିଏସ ଏବଂ ଭାରତୀୟ ତଟରକ୍ଷା ବାହିନୀ ଗୁଜୁରାଟ ଉପକୂଳରୁ ପ୍ରାୟ ୩୧୧ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଜବତ କରିଥିଲେ, ଯାହାର ମୂଲ୍ୟ ୧,୮୦୦ କୋଟି ଥିଲା। ଏହି ସାମଗ୍ରୀ ପାକିସ୍ତାନର ପାସନୀ ବନ୍ଦରରୁ ତାମିଲନାଡୁ ଅଭିମୁଖେ ଥିଲା।