ରାଜଧାନୀ ଭୁବନେଶ୍ୱରରେ ରବିବାର କୋଭିଡ୍ ଟିକା ଦିଆଯିବ

ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ କୋଭିଡ୍ ଲହରକୁ ନେଇ ଚିନ୍ତିତ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିଜ ଅଂଚଳର ନାଗରିକମାନଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦେଇଛି। ଏଣିକି ରାଜଧାନୀ ଭୁବନେଶ୍ୱରରେ ରବିବାର କୋଭିଡ୍ ଟିକା ଦିଆଯିବ। ଏନେଇ ବିଏମସି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି।
ବିଏମସି ଟ୍ୱିଟ୍ ଅନୁସାରେ, ଅଗଷ୍ଟ ୨୯ତାରିଖରୁ ପ୍ରତି ରବିବାର ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଟିକାକରଣ କାର୍ଯ୍ୟ କରାଯିବ । ଯେଉଁମାନେ ନିଜର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍ ଟିକା ନେଇନାହାନ୍ତି ସେମାନେ ଯେକୌଣସି ସରକାରୀ ଟିକାଦାନ କେନ୍ଦ୍ରକୁ ଯାଇ ଏହି ଟିକା ନେଇପାରିବେ। ଏଥିପାଇଁ ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ମୋଟ ୨୬ଟି ସରକାରୀ ଟିକା ଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ବିଏମସି କହିଛି ଯେ ଏହି ସବୁ ସରକାରୀ ଟିକା ଦାନ କେନ୍ଦ୍ରରେ ସକାଳ ୯ରୁ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଟିକା ଉପଲବ୍ଧ ହେବ।
ଆଜି ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ପ୍ରତି ରବିବାର ଟିକାକରଣ କାର୍ଯ୍ୟ ବନ୍ଦ ରହୁଥିଲା। ବିଏମସିର ତଥ୍ୟ ଅନୁସାରେ, ଆଜିସୁଦ୍ଧା ମୋଟ ୨୧ଲକ୍ଷ ୨୪ହଜାର ୮୦୧ ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇଥିବାବେଳେ ସେଥିରେ ୯ଲକ୍ଷ ୪୨ହଜାର ୩୧୧ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଭୁବନେଶ୍ୱରରେ ଏବେ ୮୦,୬୦୨ଜଣ ବ୍ୟକ୍ତି ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଛନ୍ତି। ଭୁବନେଶ୍ୱରରେ ୧୦.୧୨ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ୍ ନେଇଥିବାବେଳେ ୯ଲକ୍ଷ ୩୧ହଜାର ୮୫୮ଜଣ ନିଜର ଦ୍ୱିତୀୟ ଡୋଜ୍ ନେବାରେ ସକ୍ଷମ ହୋଇଛନ୍ତି ।

BMC

@bmcbbsr

Now, the Vaccination Drive will also continue on Sundays in Bhubaneswar! Those who have not taken the 1st or 2nd Dose can get it easily by walk-in to the Vaccination Centre. #BhubaneswarVaccinationDrive



Comments (0)
Add Comment