ବୁଡ଼ିଗଲେ ୪ଛାତ୍ର:୨ ଉଦ୍ଧାର, ୨ନିଖୋଜ

ଭୁବନେଶ୍ବର: ଗଣେଶ ମୂର୍ତ୍ତି ଭସାଣବେଳେ ୪ ଜଣ ଛାତ୍ର ବୁଡ଼ିଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଏବେ ବି ୨ ଜଣ ନିଖୋଜ ଅଛନ୍ତି । ଲକ୍ଷ୍ମୀପୋଷି ସୁବର୍ଣ୍ଣରେଖା ନଦୀରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଏହି ଅଘଟଣ ଘଟିଛି । ଏମାନେ ସମସ୍ତେ +୨ ଛାତ୍ର । ଆଦର୍ଶ ବିଦ୍ୟାଳୟରେ ଏମାନେ ପଢ଼ୁଥିବାବେଳେ ଘରୋଇ ହଷ୍ଟେଲରେ ରହୁଥିଲେ । ଆଜି କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଆସିଥିଲେ । ଏହି ସମୟରେ ୪ ଜଣ ଛାତ୍ର ପାଣିରେ ପଡ଼ିଯାଇଥିଲେ । ତେବେ ସଙ୍ଗେ ସଙ୍ଗେ ୨ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୨ ଜଣ ଛାତ୍ର ଏବେ ବି ନିଖୋଜ ଅଛନ୍ତି । ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।   

4 students drowned: 2 rescued