ଆସନ୍ତା ସପ୍ତାହରୁ ସୁପ୍ରିମକୋର୍ଟର ୪ ସ୍ୱତନ୍ତ୍ର ବେଞ୍ଚ୍‌

ନୂଆଦିଲ୍ଲୀ: ବିଚାରାଧୀନ ମାମଲାଗୁଡିକର ଆଶୁ ଶୁଣାଣି ପାଇଁ ଖୁବଶୀଘ୍ର ସୁପ୍ରିମକୋର୍ଟର ୪ଟି ସ୍ୱତନ୍ତ୍ର ବେଞ୍ଚ୍ ଗଠନ କରାଯିବ ବୋଲି ଜଣାପଡିଛି । ଫୌଜଦାରୀ, ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ମାମଲା, ଜମି ଅଧିଗ୍ରହଣ ଏବଂ ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ ଜନିତ ମାମଲାଗୁଡିକର ଶୁଣାଣି ଏହି ଚାରିଟି ସ୍ୱତନ୍ତ୍ର ବେଞ୍ଚ୍‌ରେ କରାଯିବାକୁ ପ୍ରସ୍ତାବ ରହିଛି । ଆସନ୍ତା ସପ୍ତାହରୁ ଏହି ସ୍ୱତନ୍ତ୍ର ବେଞ୍ଚ୍‌ଗୁଡିକ କାର୍ଯ୍ୟ କରିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ବୁଧବାର ସୂଚନା ଦେଇଛନ୍ତି । ଏହାବ୍ୟତୀତ ଶୀତକାଳୀନ ଛୁଟି ପୂର୍ବରୁ ସୁପ୍ରିମକୋର୍ଟର ପ୍ରତ୍ୟେକ ବେଞ୍ଚ୍ ପ୍ରତିଦିନ ୧୦ଟି ବଦଳି ମାମଲା ଏବଂ ୧୦ଟି ଜାମିନ ଆବେଦନର ଶୁଣାଣି କରିବେ ବୋଲି ମଧ୍ୟ କୁହାଯାଇଛି ।