ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୪ ବରିଷ୍ଠ ଆଇପିଏସ

ଭୁବନେଶ୍ବର : ୪ ଜଣ ଆଇପିଏସ ଅଫିସରଙ୍କୁ ଆଜି ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ,ସିଦ୍ଧାର୍ଥ ନରୱଣେ, ଅମିତ ମୋହନ ପ୍ରସାଦ ଓ ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ ବର୍ତ୍ତମାନ ଅତିରିକ୍ତ ଡିଜିପି ଏବଂ ନିର୍ଦ୍ଦେଶକ, ଅନୁସନ୍ଧାନ, ଓଡିଶା ମାନବ ଅଧିକାର ଆୟୋଗ (OHRC) ଥିବାବେଳେ ସିଦ୍ଧାର୍ଥ ନରୱଣେ ଅତିରିକ୍ତ ଡିଜିପି, ମାନବ ଅଧିକାର ସୁରକ୍ଷା ସେଲ୍ (HRPC)ରେ କାର୍ଯ୍ୟରତ ଅଛନ୍ତି।

ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ଆଇପିଏସ ଅଫିସର ବି. ରାଧିକା ବର୍ତ୍ତମାନ କେନ୍ଦ୍ର ଡେପୁଟେସନ୍‌ରେ ଅଛନ୍ତି। ବି. ରାଧିକା ବର୍ତ୍ତମାନ ଅତିରିକ୍ତ ଡିଜି. ସୀମା ସୁରକ୍ଷା ବଳ(SSB)ରେ କର୍ଯ୍ୟରତ ଥିବା ବେଳେ ଅମିତ ମୋହନ ପ୍ରସାଦ ଅତିରିକ୍ତ ଡିଜି, ଇଷ୍ଟର୍ନ କମାଣ୍ଡ, ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ITBP)ରେ କାର୍ଯ୍ୟ କରୁଛନ୍ତି।