ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣା ରେ ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

ଚାନ୍ଦିପୁର ଡିଆରଡିଓରୁ ଗୁପ୍ତ ତଥ୍ୟ ଲିକ୍ କରିବା ଘଟଣାରେ ଗତକାଲି ଗିରଫ ହୋଇଥିବେ ୪ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରିଛି ସହଦେଵ ଖୁଣ୍ଟା ପୋଲିସ I ଏହି ୪ ଜଣ ହେଉଛନ୍ତି ବସନ୍ତ ବେହେରା ,ସେକ ମୁସାକ,ପ୍ରକାଶ ବେରା ଅନ୍ୟ ଜଣଙ୍କ ନାଁକୁ ପୋଲିସ ସ୍ପଷ୍ଟ କରିନାହିଁ । ଏହି ଘଟଣାରେ ଗିରଫ ହୋଇଥିବା ୪ ଜଣ ହେଉଛନ୍ତି ଠିକା କର୍ମଚାରୀ I ହନି ଟ୍ରାପ ଜରିଆରେ ତଥ୍ୟ ଲିକ ହୋଇଥିବା କଥା ସାମ୍ନାକୁ ଆସିଛି I ପାକିସ୍ତାନ ର ଜଣେ ମହିଳା ପ୍ରତିନିଧି ,ନିଜକୁ ଉତ୍ତର ପ୍ରଦେଶ ର ଜଣେ ଯୁବତୀ ହୋଇଥିବା ପରିଚୟ ଦେଇ ସାମାଜିକ ଗଣମାଧ୍ୟମ ଯୋଗେ ସମ୍ପର୍କ ସ୍ଥାପନ କରିଥିଲେ I ଡିଆରଡିଓ ର ଏହି ୪ ଜଣ ଠିକା କର୍ମଚାରୀ ଉକ୍ତ ଯୁବତୀ ସମ୍ପର୍କରେ ଆସି ବ୍ୟବସାୟିକ ଭିତ୍ତିରେ ତଥ୍ୟ ଲିକ କରିଥିଲେ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ଓ କଲ ରେକର୍ଡରେ ପାକିସ୍ତାନୀ ମହିଳାଙ୍କ ସ୍ୱର ମିଳିଥିଲା ।

Comments (0)
Add Comment