‘ଓମିକ୍ରନ୍‌’ସଂକ୍ରମିତ ଦେଶରୁ ଓଡ଼ିଶା ଫେରିଲେଣି ୩୮୦ଯାତ୍ରୀ :ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

ଓମିକ୍ରନ୍ ସଂକ୍ରମିତ ଦେଶ ରୁ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ୩୮୦ଯାତ୍ରୀ ଫେରିଛନ୍ତି। ନଭେମ୍ବର ୨୮ ତାରିଖ ସୁଦ୍ଧା ଓମିକ୍ରନ ସଂକ୍ରମିତ ଦେଶରୁ ଓଡ଼ିଶାକୁ ୨୨୪ ଜଣ ଆସିଥିଲେ I ଏହାପରେ ୨୯ରେ ପୁଣି ୧୫୬ ଜଣ ଜଣ ବିମାନ ଯାତ୍ରୀ ଓଡିଶା ଆସିଛନ୍ତି । ଏବେ ସୁଦ୍ଧା ଦୁଇ ଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚିଛି । ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଏଥର କରୋନାକୁ ଚେକ୍‌ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ବିଦେଶରୁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ। ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର ପୁଣି ଥରେ RT-PCR ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ ଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ। ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତତ୍‌କ୍ଷଣାତ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏହା ସହିତ ତାଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କରାଯିବ । ଏହା ସହିତ ତାଙ୍କର ନିଜସ୍ୱ ବିବରଣୀ ସରକାରଙ୍କ ପାଖରେ ରହିବ ଏହା ଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ।
ସୂଚନା ଅନୁସାରେ ଗତକାଲି ମହାରାଷ୍ଟ୍ର ସରକାର ଙ୍କ ପକ୍ଷରୁ ମଧ୍ୟ ସଂକ୍ରମିତ ଦେଶରୁ ଫେରୁଥିବା ବିମାନ ଯାତ୍ରୀଙ୍କ ପାଇଁ RT-PCR TEST କୁ କଡାକଡି କରାଯାଇଛି I

Comments (0)
Add Comment