ଭୁବନେଶ୍ବର: ମାଲକାନଗିରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ସତୀଗୁଡ଼ା ନିକଟରୁ ୩୫୨ଟି ବଜ୍ରକାପ୍ତା କାତି ଜବତ କରାଯିବା ସହ ଏହି ବେଆଇନ କାରବାରରେ ସାମିଲ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ କାତିର ମୋଟ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି ଅଞ୍ଚଳର। ଚଢ଼ଉ ସମୟରେ ବନ ବିଭାଗ ସେମାନଙ୍କ ନିକଟରୁ ୩ଟି ମୋଟରସାଇକେଲ୍ ଏବଂ ୫ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।