ରାଜ୍ୟରୁ ୩୪୦ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ରାଜ୍ୟରେ କରୋନା ଗ୍ରାଫ ନିମ୍ନ ମୁଖି ହେଇ ଚାଲିଛି I ରାଜ୍ୟ ପାଇଁ ଏହା ସବୁଠାରୁ ଆଶ୍ବତୀ କର ବିଷୟ Iଗତକାଲି ଆକ୍ରାନ୍ତ ଙ୍କ ସଂଖ୍ୟା ୪ଶହ ଉପରେ ଥିବାବେଳେ ଆଜି ରାଜ୍ୟରୁ ଆଜି ଚିହ୍ନଟ ହେଲେ ୩୪୦ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫,୪୧୭ରେ ପହଞ୍ଚିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫୦ ଜଣ ଶିଶୁ  ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୩ ଏବଂ କେନ୍ଦ୍ରାପଡ଼ାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨, ବାଲେଶ୍ୱର ୧୩, ବରଗଡ଼ ୬, ଭଦ୍ରକ ୪, ବଲାଙ୍ଗୀର ୧, ଦେବଗଡ଼ ୧, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧୦, ଯାଜପୁର ୯, କୋରାପୁଟ ୩, ମୟୂରଭଞ୍ଜ ୧୪, ନବରଙ୍ଗପୁର ୧, ନୟାଗଡ଼ ୨, ପୁରୀ ୭, ରାୟଗଡ଼ା ୪, ସମ୍ବଲପୁରରୁ ୧୨ ଏବଂ ସୁନ୍ଦରଗଡ଼ରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୩୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୩୫,୪୧୭ରେ ପହଞ୍ଚିଥିବା ବେଳେ ୧୦,୨୨,୨୫୦ଜଣ ସୁସ୍ଥ ହୋଇଛନ୍ତି।  ତେବେ  ସେହିପରି ୪୮୨୪ ଜଣ  ଚିକିତ୍ସିତ ହେଉଛନ୍ତି।

Comments (0)
Add Comment