ସମ୍ବଲପୁର ପାଇଁ ୭ମାସରେ ୩୨୫ କୋଟି

ଭୁବନେଶ୍ବର: ସମ୍ବଲପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ବରାଇପାଲି ରେମେଡରେ ପହଞ୍ଚିହା ପରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସାଧାରଣ ସଭାରେ ସେ ଯୋଗଦେଇଥିଲେ। ଏହି ସଭାରେ କାର୍ତ୍ତିକ ପାଣ୍ଡିଆନ ଉଦବୋଧନ ଦେଇ କହିଥିଲେ ଯେ, ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ।

ସମ୍ବଲପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଧର୍ମାନୁଷ୍ଠାନ ଉନ୍ନତିକରଣ ନେଇ ୨୨ ତାରିଖ ସୁଦ୍ଧା ଖୁସି ଖବର ମିଳିବ । ମା’ ସମଲେଶ୍ବରୀ ମନ୍ଦିର ସ୍ବପ୍ନ ଭଳି ଲାଗୁଛି। ଏଥିସହ ମା’ ସମଲେଶ୍ବରୀ ପୀଠର ସୌନ୍ଦର୍ଯ୍ୟକରଣ କିଭଳି ଲାଗୁଛି ବୋଲି ଲୋକଙ୍କୁ ପଚାରି ବୁଝିଥିଲେ।

ସେ ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୧୫ରେ ସମ୍ବଲପୁର ଆସିଥିଲେ। ଏହି ୭ମାସ ମଧ୍ୟରେ ସମ୍ବଲପୁର ପାଇଁ ୩୨୫ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ  କହିଥିଲେ। ଏଥିସହ ଲୋକଙ୍କୁ ବିକଶାର ହିସାବ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। BSKY- ନବୀନ କାର୍ଡରେ ଯୋଡିହେବାକୁ ଗ୍ରାମାଞ୍ଚଳବାସୀଙ୍କୁ ଆହ୍ବାନ ଦେଇଛନ୍ତି।  ପ୍ରତି ପଞ୍ଚାୟତରେ ଲକ୍ଷ୍ମୀ ବସ୍ ଗଡ଼ିବ। ମାତ୍ର ୫ଟଙ୍କାରେ ମହିଳା ଓ ଛାତ୍ରାଛାତ୍ରୀ ଯାତ୍ରା କରିପାରିବେ ସେ କହିଛନ୍ତି।