୩ ପୁଲିସ କର୍ମଚାରୀ ସସପେଣ୍ଡ

ଭୁବନେଶ୍ୱର: ନୟାଗଡ଼ର ସଦର ଥାନାର ୩ ପୁଲିସ କର୍ମଚାରୀଙ୍କୁ ଏସପି ସସପେଣ୍ଡ କରିଛନ୍ତି । ଡୁ୍ୟଟିରେ ଖିଲାପ ନେଇ ଏମାନଙ୍କୁ ସସପେଣ୍ଡ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ସସପେଣ୍ଡ ହୋଇଥିବା କର୍ମଚାରୀମାନେ ହେଲେ ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ୱରୀ ନାୟକ ଓ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ଏମାନଙ୍କୁ ସସପେଣ୍ଡ କରାଯାଇଛି । ଗୋଳଶାଳା ଗ୍ରାମରେ ହୋଇଥିବା ଚୋରି ସମ୍ପର୍କିତ ଏକ ଅଭିଯୋଗକୁ ଏମାନେ ଗ୍ରହଣ କରିନଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଆଧାର କରି ଏସପି ଉପରୋକ୍ତ ୩ ପୁଲିସ କର୍ମଚାରୀଙ୍କୁ ଚାକରିରିୁ ନିଲମ୍ବିତ କରିଛନ୍ତି ।