ମାଲବାହୀ ରେଳ ଲାଇନ୍ଚ୍ୟୁତ,ଷ୍ଟେସନ ଉପରେ ମାଡିଯାଇ ୩ ମୃତ

ଯାଜପୁର୨୧-୧୧(ପି.ଏନ.ଏ) : ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟି ଯାଇଛି ଦୁଖଦଃ ଟ୍ରେନ୍‌ ଦୁର୍ଘଟଣା I ଏକ ମାଲବାହୀ ରେଳ ଲାଇନ୍ଚ୍ୟୁତ ହୋଇ ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟ୍ରେନର ୧୨ଟି ବଗି ଟ୍ରାକରୁ ବାହାରି ଯିବା ସହିତ କିଛି ବଗି ଷ୍ଟେସନ ଭିତରେ ପଶି ଯାଇଛି।

ସୂଚନାନୁସାରେ, ଆଜି ସକାଳେ ଭଦ୍ରକ ପଟୁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ଅଭିମୁଖେ ଆସୁଥିଲା ମାଲବାହୀ ଟ୍ରେନ । ଏହି ସମୟରେ ଟ୍ରେନ୍‌ଟି ଷ୍ଟେଶନ ଭିତରକୁ ପ୍ରବେଶ କରିବା ପରେ ତାହା ହଠାତ୍‌ ନିୟନ୍ତ୍ରଣ ହରାଇ ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯାଇଥିଲା। ଏହାସହିତ ଟ୍ରେନ୍‌ର ଇଞ୍ଜିନ୍‌ ପଟୁ ପ୍ରାୟ ସାତଟି ବଗି ଖସିପଡିଥିଲା l ଫଳରେ ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାରରେ ଆଶ୍ରୟ ନେଇଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଟ୍ରେନ୍‌ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌କୁ ନିଆଯାଇଛି।

ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ ଓ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି। ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

3 DEADGOODS TRAIN ACCIDENTJAJPURODISHA