ନିଲମ୍ବନ ପ୍ରତ୍ୟାହୃତ: କଂଗ୍ରେସ ଦଳକୁ ଫେରିଲେ ୩ ନେତା

ଭୁବନେଶ୍ଵର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ସୋମବାର କଂଗ୍ରେସରୁ ନିଲମ୍ବିତ ତିନି ନେତା ଓ ଅଜୟ କୁମାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ମଙ୍ଗଳବାର ଏହି ୩ ନେତାଙ୍କର ଘର ବାହୁଡା ହୋଇଛି । ପୁର୍ନବାର ଏମାନେ କଂଗ୍ରେସ ଦଳକୁ ଫେରିଛନ୍ତି।

ତେବେ ୨୦୨୩ ଜୁଲାଇ ୧୫ ତାରିଖରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୧୯ ଜାନୁଆରୀ ୨୦୧୯ରେ ବହିଷ୍କାର କରାଯାଇଥିଲା।