ବିଏମସି ଆଣିଲା ନୂଆ ଗାଇଡଲାଇନ୍

ବିଏମସି ଦ୍ୱାରା ଜାରି ହୋଇଛି ନୂଆ ଶୀତଦିନିଆ ଗାଇଡ଼ ଲାଇନ I ପାର୍ବଣ ର ଠିକ ପରେ ପରେ ଆସିଯାଉଛି ଶୀତ ଦିନ ଆଉ ସାଙ୍ଗରେ ଧରି ଆସୁଛି ବିବାହ ,ବ୍ରତ ଆଦି ଉତ୍ସବ କୁ I ଲାଗିବ ପୁଣି ଅସମ୍ଭାଳ ଭିଡ଼ ଆଉ ଏହାର ପରିଣାମ କୁ ଦୃଷ୍ଟିରେ ରଖି ବିଏମସି ଜାରି କରିଛି ନୂଆ ଗାଇଡଲାଇନ୍ । ଏହି ଗାଇଡଲାଇନ୍ ମୁତାବକ ବିଏମସି ଅଧିନରେ ଆସୁଥିବା ଅଞ୍ଚଳ ଅର୍ଥାତ ରାଜଧାନୀ ଭୁବନେଶ୍ୱରରେ ଏହି ନିୟମ ବଳବତ୍ତର ରହିବ – ଯେଉଁଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ କେବଳ ୫୦ ଜଣ ଅତିଥି ହିଁ ଯୋଗ ଦେଇପାରିବେ ।। ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗଦେଇପାରିବେ କେବଳ ୫୦ ଅତିଥି ।
ଏଥିସହିତ ଏହି ଗାଇଡଲାଇନରେ କୁହାଯାଇଛି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବିଏମସି ଅଧିକାରୀଙ୍କ ଅନୁମତି ଆଣିବାକୁ ପଡିବ । ଏହି କାର୍ଯ୍ୟକ୍ରମରେ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ତତ୍ ସହିତ ବୃଦ୍ଧ ଲୋକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମଧ୍ୟ ଏହିଭଳିି କାର୍ଯ୍ୟକ୍ରମରେ ପ୍ରବେଶ କରିବାକୁ ଅନୁମତି ନାହିଁ ବୋଲି କୁହାଯାଇଛି ।
ଅନ୍ୟପଟେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟକ୍ରମରେ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହିତ ସେଠାରେ ଲୋକଙ୍କ ସ୍କିନିଂ କରାଯିବାକୁ ବାଧ୍ୟତାମୂୂଳକ କରାଯାଇଛି । ତେବେ ଏହିଭଳି କାର୍ଯ୍ୟକ୍ରମରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ସେ ନେଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଯାଞ୍ଚ କରିବ । ଏହା ସହିତ କୋଭିଡ ଗାଇଡ଼ ଲାଇନ କୁ କଡାକଡି କରାଯିବ ଏବଂ ଉଲ୍ଲଙ୍ଘନ ହେଲେ କୋଭିଡ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି କୁହାଯାଇଛି I

Comments (0)
Add Comment