ନୈରୋବୀ: କେନିଆର ଏକ ମୁଖ୍ୟ ରାଜପଥରେ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁଃଖଦ ଦୁର୍ଘଟଣାରେ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାକୁଏନି କାଉଣ୍ଟି କମିଶନର ଅବଦୁଲ୍ଲାହି ଖଲିଫ୍ ଆଶଙ୍କା କରିଛନ୍ତି ଯେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ବସ୍ରେ ଥିବା ଯାତ୍ରୀମାନେ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କେନିଆରେ ଅତ୍ୟଧିକ ଗତି ଏବଂ ରାସ୍ତାର ଖରାପ ଅବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟିଥାଏ | ମାତ୍ର ତିନି ସପ୍ତାହ ପୂର୍ବେ ସେହି ସମାନ ରାଜପଥରେ ୧୭ ଜଣଙ୍କ ଜୀବନ ଯାଇଥିଲା। କେନିଆର ଜାତୀୟ ପରିବହନ ଏବଂ ସୁରକ୍ଷା କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ, ରାଜପଥର ଏହି ଅଂଶଟି ପୂର୍ବରୁ ହିଁ ଏକ “ଦୁର୍ଘଟଣା ପ୍ରବଣ ସ୍ଥାନ” ଭାବେ ଚିହ୍ନିତ ହୋଇଛି |