୨୨ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ ହେଲା ଆଣ୍ଡାମାନର ୨୧ ଦ୍ୱୀପ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜର ୨୧ଟି ଦ୍ୱୀପର ନାମକରଣ କରିଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜର ୨୧ଟି ଦ୍ୱୀପର ନାମକରଣ କରିଛନ୍ତି ।

ଏହି ଅବସରରେ ସେ ନେତାଜୀଙ୍କ ପ୍ରତି ଉତ୍ସର୍ଗ ଏକ ଜାତୀୟ ସ୍ମାରକୀ ମଡେଲ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ସ୍ମାରକୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପରେ ନିର୍ମାଣ କରାଯିବ। ପୂର୍ବରୁ ଏହି ଦ୍ବୀପର ନାଆଁ ଥିଲା ରସ୍‌ ଆଇଲାଣ୍ଡ୍। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସମେତ ଏହି ୨୧ଟି ଦ୍ବୀପର ନାମକରଣ ନିମନ୍ତେ ଅନେକ ବାର୍ତ୍ତା ଗ୍ରହଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଲେ, ସ୍ବାଧୀନତା ପରେ ବିସ୍ମୃତ କରାଯିବାକୁ ଉଦ୍ୟମ ହୋଇଥିବା ନେତାଜୀ ସୁଭାଷଙ୍କୁ ଆଜି ଦେଶ କିଭଳି ପ୍ରତି ମୁହୂର୍ତ୍ତରେ ସ୍ମରଣ କରୁଛି ତାହା ଏକବିଂଶ ଶତାବ୍ଦୀ ଦେଖୁଛି। ନେତାଜୀଙ୍କ ସମ୍ବନ୍ଧୀୟ ଫାଇଲ୍‌ଗୁଡ଼ିକୁ ଉନ୍ମୁକ୍ତ କରିବା ଲାଗି ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲା। ଅତି ନିଷ୍ଠାର ସହ ଦେଶ ତାହା କରିଛି।

ଆଣ୍ଡାମାନ ନିକୋବରର ଦ୍ୱୀପ ସମୂହର ସବୁଠାରୁ ବଡ ଦ୍ୱୀପର ନାମକରଣ ପ୍ରଥମ ପରମବୀର ଚକ୍ର ବିଜେତାଙ୍କ ନାମରେ କରଯାଇଛି । ସେହି ଅନୁଯାୟୀ ଅନ୍ୟ ଦ୍ୱୀପର ନାମକରଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରମବୀର ଚକ୍ର ବିଜେତାଙ୍କ ମଧ୍ୟରେ ଅଛନ୍ତି ହାବିଲଦାର ପୀରୁ ସିଂହ, କ୍ୟାପ୍ଟେନ ଜିଏସ ସଲାରିଆ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଧାନ ସିଂହ ଥାପା, ସୁବେଦାର ଜୋଗିନ୍ଦର ସିଂହ, ମେଜର ଶୈତାନ ସିଂହ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅର୍ଦେଶିର ବୁର୍ଜାରଜୀ ତାରାପୋର, ଲାନ୍ସ ନାଏକ ଅଲବର୍ଟ ଏକ୍କା, ମେଜର ହୋଶିଆର ସିଂହ, ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ, ଫ୍ଲାଇଂ ଅଫିସର ନିର୍ମଲ ସିଂହ ଶିଖୋ, ମେଜର ପରମେଶ୍ୱରମ, ନାଏବ ସୁବେଦାର ବନା ସିଂହ, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ସୁବେଦାର ମେଜର ସଞ୍ଜୟ କୁମାର, ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ପ୍ରମୁଖ ।