ମୋଦୀଙ୍କର ରାଜନୈତିକ ଯାତ୍ରାକୁ ପୁରିଲା ୨୦ ବର୍ଷ : ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ

ଆଜିକୁ ୨୦ ବର୍ଷ ତଳେ ଏହି ଦିନ ରେ (୭ ଅକ୍ଟୋବର ୨୦୦୧) ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ଦାମୋଦର ମୋଦୀ । ଆଉ ଏହିଠାରୁ ମୋଦିଙ୍କ ସକ୍ରିୟ ରାଜନୈତିକ ଜୀବନର ମୂଳଦୁଆ ପଡିଥିଲା । ୨୦ ବର୍ଷ ପୂର୍ବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦୀ ଏବେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଜନପ୍ରିୟ ନେତା ଭାବେ ଏବେ ଭାରତ ରାଜନୀତିରେ ଗୋଟିଏ ପରେ ଗୋଟିଏ ନୂଆ ଇତିହାସ ଲେଖିଚାଲିଛନ୍ତି ମୋଦୀ । ଏହାଭିତରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ୭ ବର୍ଷ ପୂରଣ କରି ସାରିଲେଣି । ରାଜନୈତିକ କ୍ୟାରିୟର ମଧ୍ୟରେ ମୋଦିଜୀ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି କିନ୍ତୁ ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରି ଦେଶର ଜନପ୍ରିୟ ନେତା ହୋଇପାରିଛନ୍ତି I
ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦ ବର୍ଷ ପୂରଣ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ମୋଦୀଙ୍କ ଅତି ଘନିଷ୍ଠ ଅମିତ ଶାହା କହିଛନ୍ତି, ଆଜିକୁ ୨୦ ବର୍ଷ ତଳେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ସେବେଠାରୁ ଆରମ୍ଭ ହୋଇଥିବା ବିକାଶମୂଳକ ଓ ସୁଶାସନର ଯାତ୍ରା ଏବେ ପର୍ଯ୍ୟନ୍ତ ଜାରି ରହିଛି ।
ସେହିଭଳି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀ ୨୦ ବର୍ଷ ପୂରଣ କରିଥିବାରୁ ଶୁଭକାମନା ଜଣାଇଛନ୍ତି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗତ ୨୦ ବର୍ଷ ଧରି ଜନକଲ୍ୟାଣ ପ୍ରତି ସମର୍ପିତ ରହିବା ସହ ନିଷ୍କଳଙ୍କ ରହିଥିବା ନେତା ହେଉଛନ୍ତି ମୋଦୀ । ଲଗାତାର ମୋଦୀଙ୍କ ଲୋକପ୍ରିୟତା ବଢିଚାଲିଛି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହୁ ବୋଲି କହିଛନ୍ତି ରାଜନାଥ ।

(ଫୋଟୋ ସୌଜନ୍ୟ :ଗୁଗୁଲ)

Comments (0)
Add Comment