ମାଟି ଅତଡା ଖସି ୨ ମହିଳାଙ୍କ ମୃତ୍ଯୁ,୨ ଆହତ

କୋରାପୁଟ: ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ ନିକଟରେ ଘଟିଛି ଅଭାବନୀୟ ଘଟଣା। ମାଟି ଅତଡ଼ା ଖସି ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଗାଗଡ଼ାପଣ୍ଡି ଗାଁର ଦୈମତ କନ୍ତ୍ରୀ ଓ ଶୋଷି ହନ୍ତାଳ । ମାରଡ଼ା ନଦୀରୁ ମାଟି କାଢିବାବେଳେ ମାଟିରେ ପୋତି ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ଜ୍ୟୋତି ବଡ ନାୟକ ଓ ମୁକ୍ତା କିର୍ଷାନୀ। ଆଜି ମଧ୍ୟାହ୍ନରେ ଘଟିଥିବା ଏହି ଘଟଣାକୁ ନେଇ ନଦୀକୂଳରେ ଶୋକରଛାୟା ଦେଖିବାକୁ ମିଳିଥିଲା।

ମାଟି ଅତଡ଼ା ଭୁଶୁଡ଼ିବା ଖବର ପାଇ ନନ୍ଦପୁର ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ମାଟି ତଳୁ ମୃତାହତଙ୍କୁ ବାହାର କରିଥିଲା।