ପୋଖରୀରେ ବୁଡ଼ି ୨ ମୃତ

ଭୁବନେଶ୍ବର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ଗୀତା କଲାର (୩୨) ଓ କରିସ୍ମା କଲାର (୭)।ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୀତା ଓ ତାଙ୍କ ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ କରିସ୍ମା ପ୍ରଥମେ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଗୀତା ମଧ୍ୟ ବୁଡ଼ି ଯାଇଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।