ପୋଲ ଭୁଶୁଡ଼ି ଯିବାରୁ ଖସିପଡ଼ିଲା ୨ କାର

କଳାହାଣ୍ଡି : ଭୁଶୁଡ଼ି ପଡିଲା ଭବାନୀପାଟଣାରୁ ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଥିବା ଭାଗିରଥି ନଦୀ ପୋଲ I ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଥୁ.ରାମପୁର ରାସ୍ତା ସାଇଧାମ ନିକଟରେ ଦୁର୍ଘଟଣା ଘଟି ଦୁଇଟି କାର ତଳକୁ ଗଳି ପଡିଛି I କାର୍‌ରେ ଥିବା ଜଣେ ଶିଶୁ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ପୋଲଟି ଅନେକ ଦିନର ପୁରୁଣା ହୋଇଥିବାବେଳେ ନିକଟରେ ମରାମତି ହୋଇଥିଲା I

ଏହି ପୋଲଟି ଭବାନୀପାଟଣା ଠାରୁ ୩ କିଲୋମିଟର ଦୂରରେ ରହିଛି ଏହାଛଡ଼ା ବ୍ରିଜ୍ ମରାମତି କାମ ନିମ୍ନମାନର ହୋଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଠିଆ ହୋଇ ରହିଛି। ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ ଅସନ୍ତାଷ ପ୍ରକାଶ ପାଇଛି।