୧୯୯୧ ଓଡ଼ିଶା ସିଭିଲ ସର୍ଭିସ ମିଳିତ ପରୀକ୍ଷା ନିୟମରେ ସଂଶୋଧନ

ଓଡ଼ିଶା ସିଭିଲ ସର୍ଭିସ ମିଳିତ ପରୀକ୍ଷା ୧୯୯୧ ନିୟମରେ ସଂଶୋଧନ କରାଯାଇଛି I ଓଡ଼ିଶା ସିଭିଲ ସର୍ଭିସେସେସ ବା ଓସିଏସ ପରୀକ୍ଷାରେ ଏଣିକି ଦୁଇଟି ନୁହେଁ ଗୋଟିଏ ସବଜେକ୍ଟ ଅପସନାଲ ରହିବ। ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛି। ଓଡ଼ିଶା ଛାତ୍ରଛାତ୍ରୀ ସିଭିଲ ସର୍ଭିସେସ ପରୀକ୍ଷାରେ କିଭଳି ଭଲ ପ୍ରଦର୍ଶନ କରିବେ, ଏହାକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ସର୍ବଭାରତୀୟ ସ୍ତରର ସିଭିଲ ସର୍ଭିସ ଭଳି ରାଜ୍ୟର ସିଭିଲ ସର୍ଭିସ ପରୀକ୍ଷାରେ ଛାତ୍ରଛାତ୍ରୀ ଗୋଟିଏ ଇଚ୍ଛାଧିନ ବିଷୟରେ ପରୀକ୍ଷା ଦେବେ। ପୂର୍ବରୁ ଦୁଇଟି ଇଚ୍ଛାଧିନ ବିଷୟ ରହୁଥିଲା। ଆଜି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏଣିକି ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

ଇଂରାଜୀରେ ପ୍ରବନ୍ଧ ଲେଖିବା ବାଧ୍ୟତା ମୂଳକ ଥିଲା, ଏବେ ଓଡ଼ିଆ କିମ୍ବା ଇଂରାଜୀରେ ଲେଖି ପାରିବେ। ଏହା ସହ ଅଣସଂରକ୍ଷିତ ପ୍ରାର୍ଥୀ ୬ଥର, ଏସଇବିସି ପ୍ରାର୍ଥୀ ୯ଥର ଓ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ଯେତେ ଥର ଚାହିଁବେ ସେତେଥର ପରୀକ୍ଷା ଦେଇପାରିବେ। କେବଳ ଲିଖିତ ନୁହେଁ ମୌଖିକ ପରୀକ୍ଷା ମଧ୍ୟ ଓଡ଼ିଆ ଭାଷାରେ ହେବ ବୋଲି କୁହାଯାଇଛି। କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀଙ୍କୁ ରାଜ୍ୟର ସିଭିଲ ସର୍ଭିସ ସହ ସର୍ବ ଭାରତୀୟ ସ୍ତରର ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ଉତ୍ତମ ସୁଯୋଗ ମିଳିବ। ସର୍ବଭାରତୀୟ ସ୍ତରର ସିଭିଲ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।