ଇନଷ୍ଟାଗ୍ରାମରେ ‘ପାକିସ୍ତାନ ଜିନ୍ଦାବାଦ’ ଲେଖି ଯୁବତୀ ଗିରଫ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଇନ୍ଷ୍ଟାଗ୍ରାମରେ ‘ପାକିସ୍ତାନ ଜିନ୍ଦାବାଦ’ ଲେଖି ଯୁବତୀ ଗିରଫ। ପୁଣେ ସହରର କୋଣ୍ଢୱା ଅଞ୍ଚଳର ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ I ଛାତ୍ରୀ ଜଣକ ପୁଣେର ଏକ କଲେଜରେ ପଢୁଥିବାବେଳେ କୋଣ୍ଢୱାର କୌସରବାଗ ଅଞ୍ଚଳରେ ରହୁଛନ୍ତି । ପୋଲିସ କନଷ୍ଟେବଳ ସୁଭାଷ ଜରାଣ୍ଡେଙ୍କ ଅଭିଯୋଗ କ୍ରମେ ଶୁକ୍ରବାର (୯ ମଇ) ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ କୋଣ୍ଢୱା ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି।

ସୂଚନାନୁଯାୟୀ ,ଭାରତୀୟ ସେନା ଦ୍ୱାରା ପାକିସ୍ତାନ ବିରୁଦ୍ଧରେ କରାଯାଇଥିବା ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ସୋସିଆଲ ମିଡିଆ ଉପରେ ନଜର ରଖିଥିଲା। ଏହି ସମୟରେ, ଅଭିଯୁକ୍ତ ଯୁବତୀଙ୍କ ଏକ ଆପତ୍ତିଜନକ ପୋଷ୍ଟ ଇନଷ୍ଟାଗ୍ରାମରେ ପ୍ରକାଶ ପାଇଥିଲା, ଯେଉଁଥିରେ ଶେଷରେ ‘ପାକିସ୍ତାନ ଜିନ୍ଦାବାଦ’ ଲେଖାଯାଇଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ମହାରାଷ୍ଟ୍ର ପୋଲିସ I।