ନୂଆଦିଲ୍ଲୀ: ୨୦୨୬ ବ୍ରିକ୍ସ (BRICS) ଅଧ୍ୟକ୍ଷ ଭାବେ ଭାରତ ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ୧୮ଶ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବ। ଏଥିରେ ବ୍ରିକ୍ସ ସଦସ୍ୟ, ସହଯୋଗୀ ରାଷ୍ଟ୍ର ଏବଂ ନିମନ୍ତ୍ରିତ ଦେଶଗୁଡ଼ିକର ଶୀର୍ଷ ନେତାମାନେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ମୂଳ ଥିମ୍ ରହିଛି “ସ୍ଥାୟୀତ୍ୱ, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ”। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମାନବତା ସର୍ବୋପରି” ଆଭିମୁଖ୍ୟ ଓ ଲୋକ-କୈନ୍ଦ୍ରିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଏହି ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବହୁମୁଖୀ ସହଯୋଗ ବୃଦ୍ଧି ସହ ବିଶ୍ୱ ଓ ଆଞ୍ଚଳିକ ସ୍ତରର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହେବ।