୧୮ରୁ ଯୁକ୍ତ ୨ ଫର୍ମ ଫିଲଅପ୍

ଭୁବନେଶ୍ୱର: ଯୁକ୍ତ ୨ ଫର୍ମ ଫିଲଅପ ପାଇଁ ଧାର୍ଯ୍ୟ ହେଲା ଦିନ । ଆସନ୍ତା ୧୮ ତାରିଖରୁ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ  ଫର୍ମ ଫିଲଅପ୍ ଆରମ୍ଭ ହେବ । ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜୋରିମାନା ଦେୟରେ  ଫର୍ମ ଫିଲଅପ୍ କରିହେବ । ତେବେ ଅକ୍ଟୋବର ୪ ତାରିଖରୁ  ୧୪ ତାରିଖ ଭିତରେ  ଫର୍ମ ଫିଲଅପ୍ କଲେ ୨୦୦ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି ନଭେମ୍ବର ୧୧ ତାରିଖରୁ ୧୮ ତାରିଖ ଭିତରେ  ଫର୍ମ ଫିଲଅପ୍ କଲେ ୬୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।