ନୂଆଦିଲ୍ଲୀ: ନିଲାମ ହେବାକୁ ଯାଉଛି ଦୁର୍ଲଭ ଡାଇନୋସର ବେରୀର କଙ୍କାଳ । ଏହି କଙ୍କାଳ ୧୫ କୋଟି ବର୍ଷର ବୋଲି କୁହାଯାଉଛି । ଏହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯିବ । ଏହା ଏତେ ବର୍ଷ ପୁରୁଣାର ହୋଇଥିଲେ ବି ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି । ୧୯୯୦ ମସିହାରେ ଆମେରିକାର ଓ୍ବାମିଂ ସହରରୁ ଏହାକୁ ଠାବ କରାଯାଇଥିଲା ।
ଲହାର ଲମ୍ବ ୫ ମିଟର ହୋଇଥିବାବେଳେ ଉଚ୍ଚତା ୨.୧ ମିଟର ରହିଛି । ୨୦୦୦ ମସିହାରେ ଜୀବାସ୍ମ ବିଜ୍ଞାନୀ ବେରୀ ଜେମ୍ସ ଏହାକୁ ପୁନଃରୁଦ୍ଧାର କରିଥିଲେ । ତେବେ ଆସନ୍ତା ମାସରେ ଡାଇନୋସର ବେରୀର କଙ୍କାଳ ନିଲାମ ହେବ । ଏହା ପ୍ୟାରୀସରେ ନିଲାମ ହେବାକୁ ଯାଉଛି । ପ୍ରଥମେ ଏହାକୁ ସର୍ବସାଧାରଣରେ ରଖାଯିବ । ସେଠାରେ ସାଧାରଣ ଲୋକଙ୍କୁ ଏହାକୁ ଦେଖିବାକୁ ସୁଯୋଗ ଦିଆଯିବ ।
ପରେ ଏହାକୁ ନିଲାମ କରାଯିବ । ଏହାର ନିଲାମ ଦାୟିତ୍ବରେ ଥିବା ଜଣେ ଅଧିକାରୀଙ୍କ କହିବା ମୂତାବକ ଏହି କଙ୍କାଳଟି ଅତ୍ୟନ୍ତ ଦୁର୍ଲଭ । ତାକୁ ସୁରକ୍ଷିତ ଭାବରେ ରଖାଯାଇଛି । ବେରୀର ଖପୁରୀ ୯୦ ପ୍ରତିଶତ ଓ ଶରୀରର ୮୦ ପ୍ରତିଶତ ଠିକ୍ ଅଛି ।