ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା ଋଣ

କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ପଥ ପାର୍ଶ୍ୱ ଉଠା ଦୋକାନୀ ,ଶ୍ରମିକ ତଥା ଛୋଟ ବ୍ୟବସାୟୀ ସହାୟତା ସହାୟତା ରାଶି ପ୍ରଦାନ କରିବେ କେନ୍ଦ୍ର ସରକାର I କେନ୍ଦ୍ର ସରକାର ଙ୍କ ଘୋଷଣା ଅନୁଯାୟୀ ଅର୍ଥାଭାବରୁ ଷ୍ଟଲ ଲଗାଇପାରୁନଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ମାଧ୍ୟମରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏଥିପାଇଁ ସେମାନେ ନିକଟସ୍ଥ ବ୍ୟାଙ୍କୁ ଯାଇ ଏହି ଯୋଜନା ଆଧାରରେ ୧୦ ହଜାର ଟଙ୍କା ଋଣ ଆକାରରେ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ।

ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଋଣ ପାଇବା ପାଇଁ ପ୍ରଥମତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ । ଏହା ସହିତ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହ ଲିଙ୍କ ଥିବା ଜରୁରୀ । ୨୦୨୦ ମାର୍ଚ୍ଚ ୨୪ ତାରିଖ ପୂର୍ବରୁ ଏଭଳି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ହିଁ ଲୋନ୍‌ ମିଳିପାରିବ । ଆସନ୍ତା ମାର୍ଚ୍ଚ ୨୦୨୨ପର୍ଯ୍ୟନ୍ତ ଏହି ଯୋଜନାରେ ଲାଭ ଉଠାଇପାରିବେ । ତେଣୁ ତୁରନ୍ତ ଏହି ଯୋଜନାର ଲାଭ ଉଠାନ୍ତୁ । ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସମସ୍ତ ପ୍ରକାର ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ଲୋନ୍‌ ମିଳିବ । ଏହି ଯୋଜନା ଆଧାରରେ ଉଠା ଦୋକାନୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଲୋନ୍‌ ମିଳିବ । ସବୁଠାରୁ ବଡ କଥା ହେଉଛି ଋଣ ନେବା ପାଇଁ ଆପଣଙ୍କୁ ଗ୍ୟାରେଣ୍ଟରର ଆବଶ୍ୟକତା ପଡିବନି ।
ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଯେଉଁମାନେ ଲୋନ୍‌ ଏହି ଲୋନ୍‌ ନେଉଛନ୍ତି ସେମାନେ ଯଦି ଠିକ୍‌ ସମୟରେ ପୈଠକରନ୍ତି ତେବେ ତାଙ୍କୁ ୭ ପ୍ରତିଶତ ଯାଏଁ ସବ୍‌ସିଡି ମଧ୍ୟ ମିଳିବ । ସବ୍‌ସିଡି ରାଶିକୁ ପ୍ରତି ୩ମାସରେ ଥରେ ଲେଖାଏଁ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ।

Comments (0)
Add Comment