୨୦୨୩ରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୫ ଦିନ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୩ ମସିହା ନିମନ୍ତେ ଆଜି ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୫ଦିନ ଛୁଟି ପାଇପାରିବେ । ଏଥିରେ କର୍ମଚାରୀଙ୍କୁ ମିଳୁଥିବା ଗୋଟିଏ ଇଚ୍ଛାଧୀନ ଛୁଟି(ଅପସନାଲ୍ ହଲିଡେ) ମଧ୍ୟ ସାମିଲ୍ ଅଛି । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୩ ମସିହା କ୍ୟାଲେଣ୍ଡର ବର୍ଷରେ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଏହି ଛୁଟି ନିର୍ଦ୍ଦେଶନାମା ଲାଗୁ ହେବ । ୨୦୨୩ କ୍ୟାଲେଣ୍ଡର ବର୍ଷରେ ୨୭ଦିନ ସରକାରୀ ଛୁଟି ଥିବାବେଳେ ଇଚ୍ଛାଧୀନ ଛୁଟି ଭାବେ ୭ ଦିନ ଘୋଷଣା କରାଯାଇଛି । କିନ୍ତୁ ଏହି ଇଚ୍ଛାଧୀନ ଛୁଟି ମଧ୍ୟରୁ କେବଳ ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଉପଯୋଗ କରିପାରିବେ ।