ଟ୍ରେନ ଦୁର୍ଘଟଣା ନେଇ ରେଲୱେ ତରଫରୁ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ : ବାହାନଗା ଟ୍ରେନ ଟ୍ରାଜେଡି ନେଇ ରେଲୱେ ବୋର୍ଡ ଅପରେସନ ପ୍ରେସମିଟ୍ କରି ଦୁର୍ଘଟଣାର କାରଣ ଦର୍ଶାଇଛନ୍ତି ବୋର୍ଡ ସଦସ୍ୟା ଜୟା ବର୍ମାସିହ୍ନା । ସିଗ୍‌ନାଲରେ କିଛି ସମସ୍ୟା ଯୋଗୁ ଟ୍ରେନ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେ କହିଛନ୍ତି, କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି। ଲୁହା ବୋଝେଇ ମାଲବାହୀ ଗାଡ଼ି ସହ କରମଣ୍ଡଳ ଏକ୍ସପ୍ରେସର ଧକ୍କା ହୋଇଥିଲା। ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇନାହିଁ। କରମଣ୍ଡଳ ଏକ୍ସପ୍ରେସ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିପାଇଁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। କରମଣ୍ଡଳ ଏକ୍ସପ୍ରେସ ଡାଉନ ଲାଇନ୍‌ରେ ଆସି ଯଶବନ୍ତପୁର ଏକ୍ସପ୍ରେସର ଶେଷ ଦୁଇ ବଗି ସହ ଧକ୍କା ହୋଇଥିଲା।

ଏହାସହ ଜୟା ବର୍ମା କହିଛନ୍ତି, ରେଳବାଇ ପକ୍ଷରୁ ଜାରି ହେଲ୍ପ ଲାଇନ ନମ୍ବର ୧୩୯ରେ ଯୋଗାଯୋଗ କରିପାରିବେ। ରେଳବାଇ ଆହତଙ୍କ ସମସ୍ତ ଖର୍ଚ୍ଚ ସହ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ।

ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ସହ ଧକ୍କା ହୋଇଥିଲା । ଲୁପ୍ ଲାଇନରେ ୨ଟି ମାଲବାହୀ ଗାଡି ଛିଡା ହୋଇଥିଲା । କରମଣ୍ଡଳ ବଗି ଅନ୍ୟ ଟ୍ରାକରେ ଯାଇ ପଡିଥିଲା । ୧୨୮ କିଲୋମିଟର ବେଗରେ ଯାଉଥିଲା କରମଣ୍ଡଳ । ଦୁଇଟିଯାକ ଟ୍ରେନ ପାଇଁ ଗ୍ରୀନ ସିଗନାଲ ଥିଲା । ଅନ୍ୟପଟେ ୧୨୬ କିଲୋମିଟର ବେଗରେ ଯାଉଥିବା ଯଶୱନ୍ତପର ଏକ୍ସପ୍ରେସ୍ କରମଣ୍ଡଳର ବିକ୍ଷିପ୍ତ ବଗି ସହ ବାଡେଇ ହୋଇ ଲାଇନଚ୍ୟୁତ ହୋଇଥିଲା । ଫଳରେ ଯଶୱନ୍ତପୁରୀ ଏକ୍ସପ୍ରେସର ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଇଥିଲା । ୨୦ ମିନିଟ ଭିତରେ ପହଞ୍ଚିଥିଳେ ଉଦ୍ଧାରକାରୀ ଦଳ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛି ରେଲୱେ ବୋର୍ଡ ।