୨୪ ପାଇଁ ଧମେନ୍ଦ୍ର ମାଷ୍ଟର ପ୍ଲାନ !

ଓଡ଼ିଶା, ଆସିବେ ମୋଦି ଓ ଶାହ! ୨୪ ପାଇଁ ଧମେନ୍ଦ୍ର ମାଷ୍ଟର ପ୍ଲାନ ! ଓଡ଼ିଶାରେ କିଏ ଚଳାଉଛି ସରକାର ?
ଜେପି ନଡ୍ଡାଙ୍କ ବୟାନକୁ ନେଇ ତେଜୁଛୁ ରାଜନିତୀ । ୨୪ ପାଇଁ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ନୂଆ ରଣନିତୀ କରୁଛନ୍ତି ଦଳ । ଓଡ଼ିଶାରେ କିଏ ଚଳାଉଛି ସରକାର ? ଡିସେମ୍ବର ୨୮ରେ ଓଡ଼ିଶା ଗସ୍ତ ବେଳେ ନଡ୍ଡା ପଚାରିଥିବା ପ୍ରଶ୍ନକୁ ଏବେ ରାଜ୍ୟ ବିଜେପି ପଚାରିବ । ଦଳର ନେତୃତ୍ୱ ବୁଥରୁ ବୁଥ୍ ବୁଲି ଏହି ପ୍ରଶ୍ନ ପଚାରିବେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପ୍ରସ୍ତୁତ କରିଛି ରଣନୀତି ।

ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ ବିଜେପିର ବ୍ଲୁପ୍ରିଣ୍ଟ ନେଇ ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ୨ ସୂତ୍ରୀ ଯୋଜନାରେ କାମ କରୁଥିବା କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ସରକାର ଗଢ଼ିବାକୁ ବିଜେପି କସରତ କରୁଥିବା ବେଳେ ଧର୍ମେନ୍ଦ୍ର କହିଛନ୍ତି, ଦଳ ପାଇଁ ବର୍ଷ ୨୦୨୩ ଗୁରୁତ୍ୱପୂର୍ଣ୍ଣ । ଦଳର ୨ ସୂତ୍ରୀ ଯୋଜନା ଅନୁସାରେ, ବିଜେପି ପ୍ରଥମ ଫର୍ମୁଲାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକଙ୍କୁ ଜଣାଇବ । ଦ୍ୱିତୀୟରେ ଦଳ ରାଜ୍ୟର ୩୭ ହଜାର ବୁଥରେ ସଂଗଠନକୁ ସୁଦୃଢ଼ କରିବା ଉପରେ କାର୍ଯ୍ୟ କରିବ ।ଡିସେମ୍ବର ଶେଷ ସପ୍ତାହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ । କନ୍ଧମାଳ ଓ ଚିଲିକାରେ ନଡ୍ଡା ପ୍ରଶ୍ନ କରିଥିଲେ ଓଡ଼ିଶାରେ କିଏ ସରକାର ଚଳାଉଛି ? ନଡ୍ଡା ପଚାରିଥିବା ପ୍ରଶ୍ନକୁ ରାଜ୍ୟ ବିଜେପି ନେତୃତ୍ୱ ଏବେ ଗାଁ ଗାଁରେ ପଚାରିବାକୁ ପ୍ରସ୍ତୁତ ହେଉଛନ୍ତି ।

ବିଜେପି ଫୋକସରେ ଓଡ଼ିଶା ରହିଥିବା ସରକାର ଗଢ଼ିବାକୁ ଦଳ ଆପ୍ରାଣେ ଉଦ୍ୟମ କରୁଛି । ଆଗକୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଓଡ଼଼ିଶା ଆସି ପାରନ୍ତି । ୨୦୧୯ରେ ଅମିତ ଶାହ ମିଶନ ୧୨୦ ନାରା ଦେଇଥିବା ବେଳେ ବିଜେପି ୮ଟି ଲୋକସଭା ସହ ୨୩ଟି ବିଧାନସଭା ଆସନ ଦଖଲ କରିଥିଲା । ଏବେ ୨୧ ଲୋକସଭା ସହ ଓଡ଼ିଶାରେ ସରକାର ଗଠନ ଲକ୍ଷ୍ୟରେ ବିଜେପି ଗୋଟି ଚାଳନା କରୁଛି ।