୨ବର୍ଷ କଟକଣା ପରେ ସରସ୍ୱତୀ ପୂଜା ପାଇଁ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

୨ବର୍ଷ କଟକଣା ପରେ ସରସ୍ୱତୀ ପୂଜା ପାଇଁ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ମା’ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି। ଏହି ଦିନ ମା ସରସ୍ୱତୀଙ୍କ ପୂଜା କରାଯାଏ । ମା’ଙ୍କ ଆରାଧାନା ପାଇଁ ସାରା ସହର ଉତ୍ସବମୁଖର ।

ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ ।

ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସାଜସଜ୍ଜା ହୋଇଛି। ପ୍ରାୟ ଦୁଇ ବର୍ଷ ହେବ କରୋନା କଟକଣା ହେତୁ ରାଜ୍ୟରେ ଏ ଦୁଇ ଉତ୍ସବ ଫିକା ପଡ଼ିଥିଲା। ପିଲାମାନଙ୍କ ମନରେ ଉତ୍ସାହ ନ ଥିଲା। ହେଲେ ଏଥର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉତ୍ସାହ ବହୁଗୁଣିତ ହୋଇଛି।