ସୁନା ପରେ ରୁପା ଭାଙ୍ଗିଲା ରେକର୍ଡ: ସର୍ବକାଳୀନ ସର୍ବାଧିକ ଦରରେ ପହଞ୍ଚିଲା

ନୂଆଦିଲ୍ଲୀ: ସୁନା ଦର ଗତକାଲି ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ଆଜି ରୂପ ମଧ୍ୟ ସର୍ବକାଳୀନ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ମଧ୍ୟ ସୁନା ଏବଂ ରୂପା ଦର ବୃଦ୍ଧି ପାଇବାରେ ଲାଗିଛି। ସୁନା ବିଷୟରେ କହିବାକୁ ଗଲେ ଆଜି ଏହା ୨୮ କିମ୍ବା ୦.୦୫ ପ୍ରତିଶତ ବୃଦ୍ଧି ଶକ୍ତି ସହିତ କାରବାର କରୁଛି।

ସୁନା ଆଜି ୧୦ ଗ୍ରାମ ପ୍ରତି ୬୧୫୨୧ ଟଙ୍କା ମୂଲ୍ୟରେ କାରବାର ଚାଲିଛିି। ସେହିପରି ରୁପା ମଧ୍ୟ ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଦର ବୃଦ୍ଧି ସହିତ କାରବାର କରୁଛି। ଆଜି ୧୯୬ କିମ୍ବା ୦.୨୫ ପ୍ରତିଶତ ବୃଦ୍ଧି ସହିତ କିଲୋଗ୍ରାମ ପିଛା ୭୮୨୩୪ ଟଙ୍କା ମୂଲ୍ୟରେ ରୂପା ଉପଲବ୍ଧ ହେଉଛି।

ଗତକାଲି ଗୁରୁବାର ସୁନା ଦାମ୍ ପୁଣିଥରେ ସର୍ବକାଳୀନ ରେକର୍ଡ ଭାଙ୍ଗି ନୂଆ ସ୍ତରରେ ପହଞ୍ଚିଥିଲା। ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଦ୍ରୁତ ଗତିରେ ବୃଦ୍ଧି ହେତୁ ଘରୋଇ ବଜାରରେ ମୂଲ୍ୟ ୧୦ ଗ୍ରାମ ପିଛା ୬୨୦୦୦ ଟଙ୍କାରେ ପହଞ୍ଚିଛି। ଗୁରୁବାର ଦିନ ସୁନା ମୂଲ୍ୟରେ ୯୪୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଥିଲା ଏବଂ ଏହା ୧୦ ଗ୍ରାମ ପିଛା ୬୨,୦୦୦ ଟଙ୍କା ସ୍ତରରୁ ଅଧିକ ହୋଇଯାଇଥିଲା।

ଅମେରିକାରେ ଆର୍ଥିକ ମାନ୍ଦାବସ୍ତା ଏବଂ ଦରଦାମ୍‌କୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବଢାଇବା ପରେ ଏହାର ପ୍ରଭାବ ସୁନା ଓ ରୂପା ପରି ମୂଲ୍ୟବାନ ଧାତୁ ଉପରେ ପଡିଛି। ଯାହା ଫଳରେ ସୁନା ଏବଂ ରୁପାର ମୂଲ୍ୟରେ ଏକ ବଡ ବୃଦ୍ଧି ହୋଇଛି ଏବଂ ଭାରତୀୟ ବଜାରରେ ମଧ୍ୟ ସେମାନଙ୍କର ମୂଲ୍ୟରେ ବହୁତ ବୃଦ୍ଧି ପାଇଛି।