ଶ୍ରୀମନ୍ଦିର ସଂକ୍ରାନ୍ତରେ ଆମିକସ୍‌କ୍ୟୁରୀଙ୍କ ଆଲୋଚନା: ଖୁବ୍‌ଶୀଘ୍ର ନାଟମଣ୍ଡପ ବିନ୍ ଫାଟର ମରାମତି

ଭୁବନେଶ୍ବର: ପୁରୀରେ ପହଞ୍ôଚ ଆମିକସ୍‌କ୍ୟୁରୀ ଏନ୍‌କେ ମହାନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେଇଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରୀ ଶ୍ରୀ ମହାନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍‌ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ବୈଠକ ପରେ ଶ୍ରୀ ମହାନ୍ତି ଏଏସ୍‌ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିରକୁ ଯାଇ କେତେକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ । ଆଗାମୀ ୮ଦିନ ମଧ୍ୟରେ ଏନେଇ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ । ତେବେ ନାଟମଣ୍ଡପ ବିମ୍‌ରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ଏଥିସହ ଗର୍ଭଗୃହ, ଜଗମୋହନ, ଭୋଗମଣ୍ଡପ ମରାମତି କାର୍ଯ୍ୟର ମଧ୍ୟ ଅନୁଧ୍ୟାନ ହେବ । ଅନ୍ୟପଟରେ ଭିତର ରତ୍ନଭଣ୍ଡାର ମରାମତି ନେଇ କୌଣସି ଆଲୋଚନା ହୋଇନାହିଁ । ଏଏସ୍‌ଆଇ ପକ୍ଷରୁ କ’ଣ କ’ଣ ମରାମତି କରାଯାଇଛି, ସେସବୁର ସ୍ଥିତି କ’ଣ ରହିଛି, ଆଉ କ’ଣ ମରାମତି କରାଯିବ, କେବେ ଓ କିଭଳି କରାଯିବ ତା’ର ଖସଡ଼ା ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ରୋଷଘର ଓ ସ୍ନାନମଣ୍ଡପ ପଥର ପରିବର୍ତ୍ତନ କରାଯିବ । ଶ୍ରୀମନ୍ଦିର ସୁରକ୍ଷା, ମରାମତି ଓ ରକ୍ଷଣାବେକ୍ଷଣ ନେଇ ଆମିକସ୍‌କ୍ୟୁରୀ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିବେ । ଆସନ୍ତା ୨୯ତାରିଖରେ ବୈଠକ ବସିବ ବୋଲି ଆମିକସ୍‌କ୍ୟୁରୀ ସୂଚନା ଦେଇଛନ୍ତି ।