ବିଜେଡ଼ି ମେୟର ପ୍ରାର୍ଥୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ତିନୋଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି । ଏହି ଅବସରରେ ଘୋଷିତ ହୋଇଥିବା ବିଜେଡ଼ି ର ମେୟର ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ ବିଜୁ ଜନତା ଦଳ ପକ୍ଷରୁ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନ ଲଢିବାକୁ ଯାଉଥିବା ସଙ୍ଘମିତ୍ରା ଦଳେଇ, ସୁଲୋଚନା ଦାସ ଓ ଶ୍ରୀଯୁକ୍ତ ସୁବାସ ସିଂଙ୍କୁ ମୋର ଶୁଭେଚ୍ଛା। ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଲୋକଙ୍କ ଆହୁରି ନିକଟତର ହୁଅନ୍ତୁ। ନିର୍ବାଚନରେ ସମସ୍ତଙ୍କ ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।