ବଲିଓଡ଼ ଅଭିନେତ୍ରୀ ଶିଳ୍ପା ସିରୋଦକର୍‌ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲାବେଳେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି। ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି। ଏବେ ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିରୋଦକର୍‌। ଅଭିନେତ୍ରୀ ଶିଳ୍ପା କୋଭିଡ୍ -୧୯ ପରୀକ୍ଷା କରି ପଜିଟିଭ୍ ଅଛନ୍ତି ବୋଲି ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି । ପ୍ରଶଂସକମାନେ ଶିଳ୍ପା ସିରୋଡକରଙ୍କ ଶୀଘ୍ର ଆରୋଗ୍ୟ କାମନା କରି କମେଣ୍ଟ୍‌ କରିଛନ୍ତି। ଅନେକ ତାଙ୍କୁ ସଚେତନତା ପ୍ରସାର କରିଥିବା ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ଅନ୍ୟମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ସତର୍କ ରହିବାକୁ କହିଛନ୍ତି।