ଆରମ୍ଭ ହୋଇଛି ନବରାତ୍ରି । ଏଥିପାଇଁ ମହିଳାମାନେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେହିପରି ଡ୍ରେସ୍ଠୁ ଆରମ୍ଭ କରି ମେକ୍ଅପ୍ ପର୍ଯ୍ୟନ୍ତ ସବୁ ଉପରେ ଗୁରୁତ୍ୱ ଦେଉଛନ୍ତି । ନବରାତ୍ରିରେ ପାରମ୍ପରିକ ପୋଷାକ ସହିତ ମ୍ୟାଚିଂ ମେକ୍ଅପ୍ ଓ ଜୁଏଲାରି ପିନ୍ଧିବା ଦ୍ୱାରା ଲୁକ୍ ସମ୍ପୂର୍ଣ୍ଣ ହୋଇଥାଏ । ତେବେ ମେକ୍ଅପ୍ ନେବା ପୂର୍ବରୁ ପ୍ରଥମେ ଡ୍ରେସ୍ର ରଙ୍ଗ ଉପରେ ଧ୍ୟାନ ଦିଅନ୍ତୁ । ଏହା ପରେ ସେହି ଅନୁସାରେ ମେକ୍ଅପ୍ ନେବାକୁ ଚେଷ୍ଟା କରନ୍ତୁ । ସେହିପରି ପାରମ୍ପରିକ ଡ୍ରେସ୍ ସହିତ ନ୍ୟୁଡ୍ ମେକ୍ଅପ୍ ଭଲ ଲାଗିଥାଏ । ଆଖିକୁ ଆକର୍ଷଣୀୟ କରିବା ପାଇଁ ଡବଲ କୋଟ୍ ମସ୍କରା ଲଗାନ୍ତୁ । ଧଳା ଓ ସୁନେଲି ଶାଢ଼ି ସହିତ ନାଲି ରଙ୍ଗର ଲିପ୍ଷ୍ଟିକ୍ ଲଗାଇଲେ ଏକ ଭିନ୍ନ ଲୁକ୍ ମିଳିଥାଏ । ତେବେ କିଛି ନିଆରା ଲୁକ୍ ଚାହୁଁଥିଲେ ହଳଦିଆ ରଙ୍ଗ ଆଇଲାଇନର ଲଗାଇପାରିବେ ।