କ୍ୟୁରାସିଓକୁ କିଣିବ ଟରେଣ୍ଟ ଫାର୍ମା

ବେଙ୍ଗାଲୁରୁ : ଟରେଣ୍ଟ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଗାମୀ ଦିନରେ ୨୦୦୦ କୋଟି ଟଙ୍କାରେ କ୍ୟୁରାସିଓ ହେଲଥ୍‌କେୟାର କମ୍ପାନୀକୁ କିଣିବ ବୋଲି ଜଣାପଡିଛି । ଚର୍ମରୋଗ ସମ୍ପର୍କିତ ଔଷଧ କାରବାରକୁ ବୃଦ୍ଧି କରିବା ଲକ୍ଷ୍ୟରେ କ୍ୟୁରାସିଓକୁ କିଣାଯାଉଛି ବୋଲି ଟରେଣ୍ଟ ଫାର୍ମା ସିଇଓ କହିଛନ୍ତି । ଚୁକ୍ତି ଅନୁୁଯାୟୀ ଏହି ଡିଲ୍‌ରେ କ୍ୟୁରାସିଓ କମ୍ପାନୀ ନିକଟରେ ଗଚ୍ଛିତ ଥିବା ନଗଦ ୧୧୫ କୋଟି ଏବଂ ୧୮୮୫ କୋଟି ଟଙ୍କାର ଭିତ୍ତିଭୂମି ଅନ୍ତର୍ଭୁକ୍ତ । ଚେନ୍ନାଇସ୍ଥିତ କ୍ୟୁରାସିଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଚର୍ମରୋଗ ସଂକ୍ରାନ୍ତୀୟ ୫୦ଟି ବ୍ରାଣ୍ଡ୍‌ର ଔଷଧର ମାର୍କେଟରେ ଯଥେଷ୍ଟ ଚାହିଦା ରହିଛି । ଗତ ଆର୍ôଥକବର୍ଷରେ କ୍ୟୁରାସିଓ ୨୨୪ କୋଟି ଟଙ୍କାର ବ୍ୟବସାୟ କରିଥିଲା ।