ଏମ୍ସ ରେ ଆରମ୍ଭ ହେଲା ‘ଏକମୋ’ ଚିକିତ୍ସା ସେବା

ରାଜ୍ୟ ରେ ‘ଏକମୋ’ ଚିକିତ୍ସା ନ ଥିବାରୁ ୨ୟ ଲହର କୋଭିଡ ରେ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝରିପଡିଛି ୱିକିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ଏମ୍ସ ରେ ‘ଏକମୋ’ ମେସିନ ଲାଗିଯାଇଥିବାରୁ ମାଗଣାରେ ମିଳିବ ମିଳିବ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ସେବା । ଏହି ସେବା ରସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି।
ଏମ୍‌ସ ଅଧୀକ୍ଷକଙ୍କ କହିବା ଅନୁସାରେ କୌଣସି ଗରିବ ଲୋକ ପାଇଁ ଇକମୋ ଚିକିତ୍ସା ଦରକାର ହେଲେ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକି କରାଯିବ।

ସ୍ୱାସ୍ଥ୍ୟ ନିର୍ଦେଶକ ଶ୍ରୀ ବିଜୟ କୁମାର ମହାପାତ୍ର କହିଛନ୍ତି କି ରାଜ୍ୟ ରେ ୯ଟି ଏକମୋ’ ମେସିନ ଲାଗିବାବ୍ୟବସ୍ଥା ହେଇଛି ,ସେଥିମଧ୍ୟ ରୁ ୬ ଟି ରାଜ୍ୟ ସରକାର ଙ୍କ ପାଣ୍ଠି ରୁ କିଣା ହୋଇଥିବା ବେଳେ ଅନ୍ୟ ୩ ଟି ସିଏସଆର ପାଣ୍ଠି ରୁ ହୋଇଛି ଇ ମାତ୍ର ସବୁଠାରୁ ବଡ଼ କଥା ହେଲା ଏକମୋ’ ଚିକିତ୍ସା କେବଳ ଫୁସଫୁସ କୁ ଅସ୍ତ୍ରାପଚାର ପୂର୍ବରୁ ହିଁ ଦରକାର ହୋଇଥାଏ Iଏହା ଶତପ୍ରତିଶତ ସଫଳ ଚିକିତ୍ସା ନୁହେଁ ‘ଏକମୋ’ ଚିକିତ୍ସା ସେବା ଏକ ବିକଳ୍ପ ମାତ୍ର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି I ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହେଉଥିଲା। ଯେଉଁଥିପାଇଁ ଓଡ଼ିଶାରୁ ବହୁ ଗୁରୁତର ରୋଗୀ କୋଲକାତା, ଚେନ୍ନାଇ ପରି ସହରରେ ଥିବା ମେଡିକାଲ୍‌କୁ ଏୟାଲିଫ୍ଟି ହୋଇଥିଲେ। ରାଜ୍ୟରେ ଆବଶ୍ୟକତା ଦେଖି ସରକାର ଏସ୍‌ସିବି ବଡ଼ ମେଡିକାଲ୍‌, କ୍ୟାପିଟାଲ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିଥିଲେ। ସେହିପରି ଏମ୍‌ସରେ ମଧ୍ୟ ଇକ୍‌ମୋ ମେସିନ୍‌ ଲାଗିଥିଲା। ଜୁଲାଇ ୧୫ ତାରିଖରୁ ଏମ୍‌ସରେ କାର୍ଯ୍ୟକ୍ଷମ ଇକମୋ କାର୍ଯ୍ୟକ୍ଷମ ହେଉଛି। ଏହାଦ୍ୱାରା ଲାଇଫ୍‌ ସପୋଟ୍‌ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଉ ବ୍ୟୟବହୁ ଏୟାଲିଫ୍ଟି କରିବାକୁ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି।

ସେପଟେ ଭୁବନେଶ୍ୱର ଏମ୍‌ସକୁ ଆଉ ଏକ ସଫଳତା ମିଳିଛି। ଏକ ଘଣ୍ଟାରେ ପ୍ରସ୍ତୁତ ହୋଇଛି ଆଇସିୟୁ। ଏମ୍‌ସ ନିର୍ଦ୍ଦେଶିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାୟ ୩୦ ଡାକ୍ତର ଓ ନର୍ସ ଆଇସିୟୁ ପ୍ରସ୍ତୁତ କରି ଚିକିତ୍ସା ଆରମ୍ଭ କରିଛନ୍ତି।

Comments (0)
Add Comment